Thu. Jun 27th, 2019
139 views

ବର୍ଜ୍ୟବସ୍ତୁ ପରିଚାଳନା ସମୀକ୍ଷା : ପ୍ରତି ଘରକୁ ମିଳିବ ୨ଟି ଡଷ୍ଟବିନ୍

ସେୟାର କରନ୍ତୁ:-

ଭୁବନେଶ୍ଵର : ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରାଯିବ। ଏଥିପାଇଁ ପ୍ରତି ଘରକୁ ଦିଆଯିବ ୨ଟି ଭିନ୍ନ ଭିନ୍ନ ରଙ୍ଗର ପରିମଳ ଡବା ବା ଡଷ୍ଟବିନ୍। ଗୋଟିଏ ରଙ୍ଗର ଡଷ୍ଟବିନ୍ରେ ତରଳ ବର୍ଜ୍ୟ ଓ ଅନ୍ୟଟିରେ କଠିନ ବର୍ଜ୍ୟବସ୍ତୁ ରଖାଯିବ। ସେହି ବର୍ଜ୍ୟବସ୍ତୁକୁ ପୌର ପ୍ରଶାସନ ପକ୍ଷରୁ ସଂଗ୍ରହ କରି ଖାଲୁଆ ସ୍ଥାନ ବା ସାନିଟାରି ଲ୍ୟାଣ୍ଡଫିଲ୍’ରେ ପକାଯିବ। ପ୍ରତ୍ୟେକ ପୌର ପ୍ରଶାସନ ନିଜ ପାଣ୍ଠିରୁ ହେଉ ବା ଅର୍ଥ କମିସନ ଅନୁଦାନ ପାଣ୍ଠିରୁ ଏହି ଡଷ୍ଟବିନ୍ ପ୍ରତି ଘରକୁ ଯୋଗାଇବେ।

ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତି ସହରାଞ୍ଚଳରେ କମ୍ପୋଷ୍ଟ୍ ପ୍ଲାଣ୍ଟ୍, ବର୍ଜ୍ୟବସ୍ତୁର ପୁନଃ ଉପଯୋଗିତା ସୁବିଧା ପ୍ଲାଣ୍ଟ୍, ସାନିଟାରି ଲ୍ୟାଣ୍ଡ୍‌ଫିଲ୍‌ ଓ ନିର୍ମାଣ ବର୍ଜ୍ୟ ପକାଇବା ପାଇଁ ଖାଲୁଆ ସ୍ଥାନ ଚିହ୍ନଟ କରାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଆଗାମୀ ୨୦ ତାରିଖ ସୁଦ୍ଧା ସେମାନେ ଜାଗା ଚିହ୍ନଟ କରି ବିଭାଗକୁ ଜଣାଇବେ। ଘରୋଇ ବାସଗୃହ, ଅନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବଜାର ଆଦି ବର୍ଜ୍ୟବସ୍ତୁ ସୃଷ୍ଟି ହେଉଥିବା ସ୍ଥାନରେ ହିଁ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯିବ। ଏଥିପାଇଁ ଘରୋଇ ବାସଗୃହକୁ କଠିନ ଏବଂ ତରଳ ବର୍ଜ୍ୟ ନିମନ୍ତେ ଦୁଇଟି ଭିନ୍ନ ଭିନ୍ନ ରଂଗର ଡଷ୍ଟବିନ୍ ଯୋଗାଇ ଦିଆଯିବ । ଏହି ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାପାଳ ପ୍ରତି ମାସର ନିର୍ଦ୍ଧାରିତ ତାରିଖରେ ଅନ୍ୟୂନ ଦୁଇଥର ଏହି କାର‌୍ୟ୍ୟର ଅଗ୍ରଗତି ସମୀକ୍ଷା କରିବେ। କଠିନ ବର୍ଜ୍ୟବସ୍ତୁର କୁପ୍ରଭାବ ଏବଂ ଏହାର ଉପଯୁକ୍ତ ପରିଚାଳନା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରି ଏହାକୁ ଲୋକମାନଙ୍କର ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *