ମହୁମାଛି ପାଇଁ ନବୀନ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ

ଯାଜପୁର : ନବୀନ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମରେ ମହୁମାଛି ଆକ୍ରମଣ। ସେଥିପାଇଁ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବି.ବି ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ନବୀନ ଓଡ଼ିଶା ଯୁବ ଓଡ଼ିଶା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହେଲେ ଅଚାନକ ବାଘୁଆ ମହୁମାଛି ଆକ୍ରମଣ କରିବାରୁ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ସ୍ଥଳ ଛାଡ଼ିଥିଲେ। ସେହିପରି ସ୍ଥାନୀୟ ବିଧାୟକ ମଧ୍ୟ ସେଠାରୁ ପଳାଇଯିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button