ସରକାରୀ ଜାଗାରେ ଟୁ-ଲେଟ ମାରିଲେ ତଣ୍ଡ ଗଣିବେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରର କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ ଟୁ-ଲେଟ ତଣ୍ଡ ଗଣିବାକୁ ପଡିବ। ଏହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଥିବାରୁ ଭୁବନେଶ୍ଵର ମହାନଗର ନିଗମ ପୂର୍ବରୁ ସଚେତନ କରିଥିଲା। ଯେଉଁମାନେ ନିୟମ ଭାଙ୍ଗିଛନ୍ତି ୫୦ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଟୁ-ଲେଟ ବିଜ୍ଞାପନ ଲଗାଇଥିବା ନୟାପଲ୍ଲୀ ଅଞ୍ଚଳର ୩ଟି ସଂସ୍ଥା ଠାରୁ ବିଏମସି ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି। ଏହାଛଡା ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା ଦିଆଯାଇଛି। କିଛି ସଂସ୍ଥା ଓ ଘର ମାଲିକ ଘରଭଡ଼ା ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ ଟୁ-ଲେଟ ଲେଖି ମାରୁଥିବାରୁ ଏହି ପଦକ୍ଷେପ ନିଆଯାଇଛି। ହେଲେ ଜଣେ ବ୍ୟକ୍ତି ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ଘର ଆଗରେ ଟୁ-ଲେଟ ମାରିପାରିବେ। କିନ୍ତୁ ପୋଷ୍ଟର, ହୋଡିଂ ଓ ଟୁ-ଲେଟ ଲଗାଇଲେ ବିଏମସି ପରାମର୍ଶ ନେବାକୁ ପଡ଼ିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button