ଚାଷୀଙ୍କୁ କ୍ଷତିପୂରଣ ଓ କୃଷିଋଣ ଛାଡ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି କୃଷକମୋର୍ଚ୍ଚା

ଭୁବନେଶ୍ୱର : ଚଳିତମାସ ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧି ଦଳରେ କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ପ୍ରଦୀପ କୁମାର ପତ୍ରି, ରାଜ୍ୟ ସଂପାଦକ ଅଶୋକ କୁମାର ରଥ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ କାର୍ଯ୍ୟାଳୟ ସଂପାଦକ ସତ୍ୟବାଦୀ ଚଇନି, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, ପ୍ରଶାନ୍ତ କୁମାର ସ୍ୱାଇଁ, ମିଡିଆ ସହସଂଯୋଜକ ତାପସ କୁମାର ଜେନା, ଭବାନି ଶଙ୍କର ଦାସମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ତାପସ କୁମାର ଜେନା ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button