ନୂଆ ସିଇସି ବିଲ୍‌ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସମ୍ପର୍କିତ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିରୋଧିଦଳ ଗୁଡ଼ିକ ଏହାକୁ ବିରୋଧକରି କକ୍ଷତ୍ୟାଗ କରିଥିଲେ।

ଖବର ଅନୁଯାୟୀ ବିଲ୍‌ର ବ୍ୟବସ୍ଥା ଅନୁସାରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ। ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା (ଲୋକସଭା) ଓ ଜଣେ କ୍ୟାବିନେଟ ମନ୍ତ୍ରୀ ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବେ। ଏହାଛଡା ସିଇସି ଓ ଅନ୍ୟ କମିଶନରଙ୍କ ରାଙ୍କ ହ୍ରାସ କରାଯାଇଛି। ପୂର୍ବରୁ ସେମାନେ ସୁପ୍ରିମକୋର୍ଟ ବିଚାରପତି ରାଙ୍କର ନିରପେକ୍ଷ ଅଧିକାରୀ ରହିଥିଲେ। କିନ୍ତୁ ଏବେ କ୍ୟାବିନେଟ ରାଙ୍କ ଅଫିସର ଭାବେ ସମସ୍ତ ସୁବିଧା, ଦରମା ଓ ଭତ୍ତା ପାଇବେ।

ସୂଚନାଯୋଗ୍ୟ ମଙ୍ଗଳବାର ରାଜ୍ୟସଭାରେ ପାସ୍‌ ହୋଇଥିବା ଏହି ବିଲ ପରବର୍ତ୍ତୀ ଦିନରେ ଲୋକସଭାରେ ଆଗତ ହେବ। ଲୋକସଭାରେ ବିଜେପିର ଆବଶ୍ୟକ ସଂଖ୍ୟା ରହିଥିବାରୁ ନୂଆ ସିଇସି ବିଲ୍‌ ପାରିତ ହେବାରେ କୌଣସି ସମସ୍ୟା ହେବନାହିଁ।

Leave a Reply

Your email address will not be published. Required fields are marked *

Back to top button