Fri. Dec 6th, 2019

ବିଜେପି ମହିଳା ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପ୍ରତିବାଦରେ ଆଜି ନବୀନ ନିବାସରେ ପଶିବାକୁ ବିଜେପି ମହିଳା ମୋର୍ଚ୍ଚା ଉଦ୍ୟମ କରିଥିଲା। ବିଭିନ୍ନ ଦିଗରୁ ଶତାଧିକ ସଂଖ୍ୟାରେ ମହିଳା ନବୀନ ନିବାସ ଆଡ଼କୁ ମାଡ଼ି ଆସିବାରୁ ସେମାନଙ୍କୁ ଆୟତ୍ତ କରିବା ପାଇଁ ପୋଲିସ୍‌କୁ ନାକେଦମ ହୋଇଥିଲା।

ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ମହିଳା ଆଜି ନବୀନ ନିବାସ ଆଡ଼େ ମାଡ଼ି ଆସୁଥିଲେ। ଏହାଦେଖି ଏୟାରପୋର୍ଟ ରାସ୍ତାରେ ପ୍ରଥମେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ। କିନ୍ତୁ ଏହି ସମୟରେ ଏକ ଗଳି ରାସ୍ତାରେ ପଶି ଟ୍ରାଫିକ ପୋଷ୍ଟ ଯାଏ ପହଞ୍ଚି ଯାଇଥିଲେ ଆଉ କିଛି ମହିଳାକର୍ମୀ। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ପଳାସପଲ୍ଲୀ ଆଡୁ ଆଉ କିଛି କର୍ମୀ ମାଡ଼ି ଆସିଲେ। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। କିଛି ମହିଳା ମୋର୍ଚ୍ଚା କର୍ମୀ ରାସ୍ତାରେ ଶୋଇଯାଇ ଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *