Fri. Dec 6th, 2019

ଡାକ୍ତରାଣୀ ହତ୍ୟା ମାମଲା: ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ ଶୁଣାଣି ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ : ହାଇଦ୍ରାବାଦ୍‌ ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ ହେବ। ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଆଜି ତେଲେଙ୍ଗାନା ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି। ସରକାର ଖୁବ୍ ଶୀଘ୍ର ଏ ନେଇ ଏକ ନିର୍ଦ୍ଦେଶ ଜାରି କରିବେ। ମାମଲାର ତୁରନ୍ତ ଶୁଣାଣି କରି ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାର ୩ ଦିନ ପରେ ଅଦାଲତ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ନଭେମ୍ବର ୨୭ ତାରିଖ ରାତିରେ ସମସାବାଦ୍‌ ଅଞ୍ଚଳର ରିଙ୍ଗ୍‌ ରୋଡ୍‌ଠାରେ ମହିଳା ପଶୁ ଡାକ୍ତରାଣୀ ପ୍ରିୟଙ୍କା ରେଡ୍ଡିଙ୍କୁ ୪ ଜଣ ଦୁର୍ବୃତ୍ତ ଗଣ ଦୁଷ୍କର୍ମ କରି ଜାଳି ଦେଇଥିଲେ। ୨୯ ତାରିଖରେ ହାଇଦ୍ରାବାଦ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *