Thu. Jun 27th, 2019
110 views

ସ୍ତ୍ରୀକୁ ମାଡ଼ ମାରି ଗଛରେ ଟାଙ୍ଗିଲା ସ୍ୱାମୀ

ସେୟାର କରନ୍ତୁ:-

ଭୁବନେଶ୍ଵର : ସାରା ରାଜ୍ୟରେ ରଜ ଉତ୍ସବ ଚାଲିଥିବା ବେଳେ ଘସିପୁରା ଥାନା ନଦୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଓ ତାଙ୍କ ସହଯୋଗୀ ଗାଁ ପାଖ ଏକ ଗଛରେ ଟାଙ୍ଗି ଦେଇଛନ୍ତି । ବେକକୁ ରଶିରେ ବାନ୍ଧି ଗଛରେ ଟାଙ୍ଗିଥିବା ବେଳେ ଡାଳ ଭାଙ୍ଗିଯିବାରୁ ମହିଳା ଜଣକ ତଳେ ପଡ଼ି ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରିବାରୁ ମହିଳା ଜଣଙ୍କୁ ଏଭଳି ଆକ୍ରମଣ କରାଯାଇଛି।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *