Thu. Jun 27th, 2019
119 views

ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ବିରୋଧ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ପୂର୍ବତନ ଦିଲ୍ଲୀ ମେଟ୍ରୋ ମୁଖ୍ୟ ଇ ଶ୍ରୀଧରନ ମହିଳାମାନଙ୍କ ସକାଶେ ଆପ୍‌ ସରକାର ବାହାର କରିଥିବା ରାଜଧାନୀ ଦିଲ୍ଲୀରେ ଚାଲୁଥିବା ମେଟ୍ରୋ ମଧ୍ୟରେ ମାଗଣା ଯାତ୍ରା ଯୋଜନା ବିରୋଧରେ ସ୍ୱର ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଏହି ମେଟ୍ରୋ ମ୍ୟାନ୍‌ ଜଣକ ପତ୍ର ଲେଖି ଜଣାଇଛନ୍ତି ଯେ ଡିଏମ୍‌ଆର୍‌ସି ଓ କେନ୍ଦ୍ରର ବିନା ଅନୁମତିରେ ଦିଲ୍ଲୀ ମୋଟ୍ରୋ ସଂପର୍କରେ ଏପରି ନିଷ୍ପତ୍ତି ରାଜ୍ୟ ସରକାର ନେଇ ପାରିବେ ନାହିଁ । ସେ ଆହୁରି ବି କହିଛନ୍ତି କି ଏହି ସ୍କିମ୍‌ ଯଦି ଲାଗୁ ହେଉଛି ତେବେ ମହିଳାଙ୍କୁ ଛାଡ଼ିଲେ ମୋଟ୍ରୋରେ ଯାଉଥିବା ଅନ୍ୟ ସାଧାରଣ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେବାକୁ ଡିଏମ୍‌ଆର୍‌ସି ବାଧ୍ୟ ହେବ । ଏହି ଯୋଜନା ଥରେ ଦିଲ୍ଲୀ ମେଟ୍ରୋରେ ଲାଗୁ ହୋଇଗଲେ ଦେଶର ଅନ୍ୟ ମେଟ୍ରୋଗୁଡ଼ିକ ବି ଏହାକୁ ଆପଣେଇବାକୁ ବାଧ୍ୟ ହୋଇପଡ଼ିବେ। ଫଳରେ ସରକାରଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *