Thu. Jun 27th, 2019
88 views

ଘର ଭିତରୁ ୪ଟି ରକ୍ତାକ୍ତ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା

ସେୟାର କରନ୍ତୁ:-

ଭୁବନେଶ୍ଵର : ଆନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଭଲିବସା ଗାଁରେ ଏକ ଘର ଭିତରୁ ଜଣେ ପରିବାରର ୪ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ମଧ୍ୟରେ ବାପା ସହ ୩ ନାବାଳିକା ଝିଅଙ୍କର ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି । 

ସୂଚନାଯୋଗ୍ୟ, ଆଜି ରଜ ଭଳି ଏକ ଗଣପର୍ବରେ ସମସ୍ତେ ଉତ୍ସବରେ ମସଗୁଲ ଥିବା ସମୟରେ ଆନନ୍ଦପୁର ଥାନା ଭଲିବସା ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଏକ ଘର ଭିତରୁ ଠାବ କରାଯାଇଛି । ଦୁର୍ଗା ସିଦ୍ଧୁ ନାମକ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କ ମୃତ୍ୟୁବରଣ କରିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ । ସ୍ତ୍ରୀଙ୍କ ପରେ ଦୁର୍ଗା ନିଜର ତିନି ଝିଅଙ୍କୁ ଲାଳନ ପାଳନ କରୁଥିଲେ । କିନ୍ତୁ ଆକସ୍ମିକ ଭାବରେ ଆଜି ତାଙ୍କର ତିନି ଝିଅଙ୍କୁ ଏକ ବାଉଁଶ ବାଡିରେ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ବୟସ ୬ରୁ ୯ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ଏନେଇ ପୁଲିସକୁ ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *