ରଞ୍ଜିତ ପାତ୍ର ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ଵର : ରାଜ୍ୟର ଯୁବ କଂଗ୍ରେସ ସଭାପତି ବଦଳିଛନ୍ତି। ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ହେଲେ ରଂଜିତ ପାତ୍ର। ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ତାଙ୍କୁ ନିଯୁକ୍ତ କରିଛନ୍ତି। ଏହାଛଡା ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ଯୁବ କଂଗ୍ରେସ ଉପସଭାପତି ଦାୟିତ୍ୱ ମିଳିଛି।

ଖବର ଅନୁଯାୟୀ ଶ୍ରୀ ପାତ୍ର ଦୀର୍ଘ ୧୨ ବର୍ଷଧରି ଯୁବ କଂଗ୍ରେସର ଜଣେ ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ସେ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ଓ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦାୟୀତ୍ୱ ନିର୍ବାହ କରିଥିଲେ। ସଦ୍ୟ ସମାପିତ ପ୍ରଦେଶ ଯୁବ କଂଗ୍ରେସ ନିର୍ବାଚନରେ ସଭାପତିପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସେ ସର୍ବାଧିକ ଭୋଟ ପାଇଥିଲେ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ମିଷ୍ଠାନ୍ନ ବଂଟନ କରି, ବାଜା ବଜାଇ ଏବଂ ବାଣ ଫୁଟାଇ ଶ୍ରୀ ପାତ୍ରଙ୍କର ନୂତନ ନିଯୁକ୍ତିକୁ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ସାଧାରଣ ସଂପାଦକ ମନୋଜ ଜେନା, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଅଜୟ ସାହୁ, ଲିଙ୍ଗରାଜ ସାହୁ, ନିହାର ବେହେରା, ବଟକୃଷ୍ଣ ରାଉତରାୟ, ଉଦ୍ଦିତ ପ୍ରଧାନ, ବିଂରଚି ବାରିକ, ସ୍ପନ୍ଦନ ସ୍ୱାଇଁ, ସମିର ରାଉତ, ଜ୍ୟେତି ପ୍ରକାଶ ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରସାଦ ଦାସ, ନିଆଜୁଲ ଇସଲାମ, ସୌମେନ୍ଦ୍ର ମହାନ୍ତି, ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *

Back to top button