ଛତିଶଗଡ଼ : କଂଗ୍ରେସର ଦୁଇ ପୂର୍ବତନ ବିଧାୟକଙ୍କୁ ବହିଷ୍କାର

ରାୟପୁର : ଛତିଶଗଡ଼ର ଦୁଇଜଣ ପୂର୍ବତନ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ସେମାନେ ହେଲେ ବିନୟ ଜୟସ୍ୱାଲ ଓ ବୃହସ୍ପତ ସିଂ। ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଉଭୟ ନେତା ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେଥିପାଇଁ ସେମାନେଙ୍କୁ କାରଣ ଦର୍ଶାଅ ନୋଟିସ ନୋଟିସ୍ ଜାରି କରାଯାଇଥିଲଲା।

ଖବର ଅନୁଯାୟୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦଳୀୟ ନେତାମାନେ ପରସ୍ପରକୁ ଦାୟୀ କରୁଥିଲେ। ଏଥିସହ ବରିଷ୍ଠ ନେତାମାନେ ଦଳୀୟ ନେତୃତ୍ଵଙ୍କ ଉପରେ ଆରୋପ ଲଗାଇଥିଲେ। ସେଥିପାଇଁ ପୂର୍ବତନ ବିଧାୟକ ବୃହସ୍ପତି ସିଂହ ଓ ବିନୟ ଜୟସ୍ୱାଲଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଏହାଛଡା ଦଳ ବିରୋଧରେ ମନ୍ତବ୍ୟ ଦେଇଥିବା ପୂର୍ବତନ ମନ୍ତ୍ରୀ ଜୟ ସିଂହ ଅଗ୍ରୱାଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ସୂଚନାଯୋଗ୍ୟ ନିକଟରେ କଂଗ୍ରେସର ପୂର୍ବତନ ବିଧାୟକ ବୃହସ୍ପତ ସିଂହ ରାଜ୍ୟ ପ୍ରଭାରୀ କୁମାରୀ ଶୈଲଜା ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହାପରେ ବିନୟ ଜୟସ୍ୱାଲ ଛତିଶଗଡ଼ ପ୍ରଭାରିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *

Back to top button