ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା : ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନାକଲେ

ନୂଆଦିଲ୍ଲୀ : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦୀୟ ପରିସରର ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ କୋର୍ଟ ରାୟ ଦେଇଥିଲେ। ଏଥିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ଖବର ଅନୁଯାୟୀ ସୁପ୍ରିମକୋର୍ଟ କହିଛନ୍ତି ମସଜିଦ ପକ୍ଷର ଏକ ପିଟିସନ ରହିଛି। ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସହ ଜଡିତ ମାମଲାକୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ଚ୍ୟାଲେଞ୍ଜ କରାଯାଇଛି। ଜାନୁଆରୀ ୯ ତାରିଖରେ ଏହି ମାମଲାର ଶୁଣାଣି ହେବ। ତେଣୁ ବର୍ତ୍ତମାନ ସୁଦ୍ଧା କୌଣସି ଅନ୍ତରୀଣ ଆଦେଶ ଜାରି କରିବାର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ପରିସରର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟକୁ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

Leave a Reply

Your email address will not be published. Required fields are marked *

Back to top button