୧୦ ଡିଗ୍ରି ତଳେ ୭ ସହରର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ଵର : ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୭ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବାବେଳେ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏଠାରେ ତାପମାତ୍ରା ୭.୫ ଡିଗ୍ରି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫, କିରେଇ ଓ ସେମିଳିଗୁଡାରେ ୮.୭ ଡିଗ୍ରି, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬ ଓ ରାଉରକେଲାରେ ୯.୭ ଡିଗ୍ରି ରେକର୍ଡ କରାଯାଇଛି। କଟକରେ ସର୍ବନିମ୍ନ ତାପମାତ୍ରା ୧୪.୫ ଓ ଭୁବନେଶ୍ଵରରେ ୧୫.୩ ଡିଗ୍ରି ଥିବା ଜଣାପଡିଛି।

ଖବର ଅନୁଯାୟୀ ରାଜ୍ୟରେ ଗତ ୬ ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ବଳୟରେ ରହିଛି ବିଭିନ୍ନ ଅଞ୍ଚଳ। ସକାଳ ୮ଟା ଯାଏ କୁହୁଡ଼ି ହେଉଛି। କେତେକ ସ୍ଥାନରେ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉ ନାହିଁ। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ସମ୍ଭାବନା ରହିଥିବା ଭୁବନେଶ୍ଵର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Back to top button