ଗହଣା ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟ୍

ରାଉରକେଲା : ଗହଣା ଦୋକାନୀଙ୍କୁ ଛୁରାମାଡ଼ କରି ୬୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ୍। ଆହତ ବ୍ୟବସାୟୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡରେ ନିକଟସ୍ଥ ପି ସି ଜୁଏଲରୀର ମାଲିକ ପ୍ରଦୀପ ସୋନି ଆଜି ସକାଳେ ଆଜାଦ ହିନ୍ଦ ଏକ୍ସପ୍ରେସରେ କୋଲକତାରୁ ଆସି ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଦୋକାନର ଜଣେ କର୍ମଚାରୀଙ୍କ ସହ ବ୍ୟାଗରେ ସୁନା ନେଇ ସ୍କୁଟିରେ ବାସନ୍ତୀ କଲୋନୀ ଘରକୁ ଯାଉଥିଲେ। ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଛୁରାମାଡ଼ କରି ବ୍ୟାଗକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ପ୍ଲାଣ୍ଟସାଇଟ ପୋଲିସ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button