ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡରେ ଆଇଟି ରେଡ୍

ଢେଙ୍କାନାଳ : ତୁମୁସିଙ୍ଗା ଥାନା ଅନ୍ତର୍ଗତ ମାଛିଆ ଗାଁ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ଆୟକର ବିଭଗ ଚଢଉ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ୨୦୧୨ ମସିହାରୁ ଏହି କମ୍ପାନୀ ଆଲକହଲ ଓ ନନ୍ଆଲକହଲ ପାନୀୟ ପ୍ରସ୍ତୁତ କରି ଆସୁଛି। ବିନା ସରକାରୀ ମଂଜୁରୀରେ ମଦ ପ୍ରସ୍ତୁତ କରୁଥିବାରୁ ଆୟକର ବିଭାଗର ଚଢଉ କରିଛି। କମ୍ପାନୀକୁ ବ୍ଲିଣ୍ଡିଙ୍ଗ୍, ବଟଲିଙ୍ଗ୍, ଡିଷ୍ଟ୍ରିବ୍ୟୁସନ୍ ଓ ସେଲିଂ ପାଇଁ ଅନୁମତି ମିଳିଥିବ ବେଳେ ବିନା ଅନୁମୋଦନରେ ମଦ ପ୍ରସ୍ତୁତ କରିବା ଟିକସ ଫାଙ୍କିଥିବା ଅଭିଯୋଗରେ ଆଇଟି ବିଭଗ ପକ୍ଷରୁ ଚଢଉ କରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button