ଭିଜିଲାନ୍ସ ଜାଲରେ ସାଲେପୁର ବ୍ଲକ ସହକାରୀ ଯନ୍ତ୍ରୀ

କଟକ : ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ସହକାରୀ ଯନ୍ତ୍ରୀ ବିଭୂତି ଭୂଷଣ ନାୟକ ବିଲ୍ ପାସ୍ କରିବା ପାଇଁ ଜଣେ ଠିକାଦାରଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହେବାରୁ ଅଞ୍ଚଖୋର ଯନ୍ତ୍ରୀଙ୍କୁ ଧରିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା। ଆଜି ଠିକାଦାରଙ୍କ ଠାରୁ ଲାଞ୍ଚ ନେବାବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ବିଭୂତିଭୂଷଣ ନାୟକଙ୍କୁ ଧରିଥିଲେ।

Leave a Reply

Your email address will not be published. Required fields are marked *

Back to top button