ରାଉରକେଲା ଡାଇରିଆ ମୃତ୍ୟୁସଂଖ୍ୟା ୭ ଛୁଇଁଲା

ରାଉରକେଲା : ରାଉରକେଲାରେ ଡାଇରିଆ। ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ମୃତକ ଦ୍ୱୟ ହେଲେ ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଅସଲମ ଓ ଗାନ୍ଧୀରୋଡର ଅତୁଲ କିସାନ। ପୂର୍ବରୁ ନୀଳାଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ଵାଇଁଙ୍କୁ ମିଶାଇ ୫ଜଣ ମାରିଥିଲେ। ଗତ ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ୪ ଜଣ ପ୍ରାଣ ହରାଇଲେଣି। ସେମାନେ ହେଲେ ପାନପୋଷର ଗ୍ଲାସନ୍‌ ସାମନ୍ତ, ଉଦିତନଗରର ନାନ୍‌ସି ଦୁ‌ବେ), ପାନପୋଷ ତରକେରାର ଫୁଲତୋଳି ଗୌଡ଼ ଓ ଉଦିତନଗର ଓରାମପଡ଼ାର ଅହଲ୍ୟା ନାୟକ।

ଖବର ଅନୁଯାୟୀ ରବିବାର ଆରଜିଇଚରୁ ୧୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହାଇଟେକ ମେଡିକାଲ କଲେଜରେ ୨୫ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆରଜିଏଚରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button