ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଘଟଣାଟି ଉତ୍ତରପ୍ରଦେଶରେ ଘଟିଛି। ବସର
ଦୁଇ ଡ୍ରାଇଭର ଏହି କୁକାର୍ଯ୍ୟ କରିଥିବା ବେଳେ ଜଣେ ଧରାପଡିଛି। ଅନ୍ୟ ଜଣକ ଫେରାର ଅଛି।

ଖବର ଅନୁଯାୟୀ ଡିସେମ୍ବର ୯ ତାରିଖ ସନ୍ଧ୍ୟାରେ ଏହି ଲଜ୍ଜାଜଣକ ଘଟଣାଟି ଘଟିଛି। ସେଦିନ ଯୁବତୀଜଣକ ଜୟପୁରରେ ଥିବା ତାଙ୍କ ମାମୁଙ୍କ ଘରକୁ ଯାଉଥିଲେ। ବସ୍‌ରେ ସିଟ୍ ନ ଥିବାରୁ ସେ ଡ୍ରାଇଭରଙ୍କ କ୍ୟାବିନରେ ବସିଥିଲେ। କ୍ୟାବିନ୍‌ ଭିତରପଟୁ ବନ୍ଧ ଥିଲା। ବାଟରେ କ୍ୟାବିନ୍‌ରେ ବସିଥିବା ଅନ୍ୟ ଯାତ୍ରୀମାନେ ଉଠିଯିବା ପରେ ଯୁବତୀଙ୍କୁ ଦୁଇ ଡ୍ରାଇଭର୍‌ ଗଣଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି କେତେଜଣ ଯାତ୍ରୀ କ୍ୟାବିନ୍‌ ଡୋର୍‌ ଖୋଲି ବିପର୍ୟ୍ୟସ୍ତ ଅବସ୍ଥାରେ ତାଙ୍କୁ ଦେଖି ଉତ୍‌କ୍ଷିପ୍ତ ହୋଇ ଡ୍ରାଇଭରଙ୍କୁ ମାଡ ମାରିଥିଲେ। ଜଣେ ଡ୍ରାଇଭର୍‌ କୌଣସିମତେ ଖସି ପଳାଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଯାତ୍ରୀମାନେ କାବୁ କରିଥିଲେ। ପରେ ସେମାନେ ତରୁଣୀଙ୍କୁ ନିକଟସ୍ଥ ଥାନାକୁ ନେଇ ଅଭିଯୋଗ ଦାଏର କରିବାକୁ ତାଙ୍କ ମାମୁଙ୍କୁ ଡ଼ାକିଥିଲେ। ଗିରଫ ଡ୍ରାଇଭର୍‌ର ନାଁ ମହମଦ୍‌ ଆରିଫ୍‌। ଫେରାର୍‌ ଥିବା ଲଳିତ ନାମକ ଡ୍ରାଇଭର୍‌ଙ୍କୁ ଧରିବା ପାଇଁ ପୋଲିସ ତଲାସ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button