ମଦ କାରବାରର ମୁମ୍ବାଇ ଲିଙ୍କ୍

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ମଦ ତିଆରି କାରଖାନାରେ ଆୟକର ବିଭାଗ ଚଢ଼ଉ କରୁଛି। ଏହି ସମୟରେ ମଦ କାରବାରର ମୁମ୍ବାଇ ଲିଙ୍କ୍ ସାମ୍ନାକୁ ଆସିଛି। ଏବିଡି ନାମକ କମ୍ପାନିରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ବଟଲିଂ ହେଉଥିବା ଜଣାପଡିଛି।

ଖବର ଅନୁଯାୟୀ ଉମୁମ୍ବାଇ ଓ ସମ୍ବଲପୁରରେ ଥିବା କମ୍ପାନିର ଆର୍ଥିକ କାରବାରକୁ ନେଇ ସନ୍ଦେହ ବହେବାରୁ ମୁମ୍ବାଇ ଆୟକର ବିଭାଗ ଓଡ଼ିଶାର ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନିରେ ଯାଞ୍ଚ କରିଛି। ଯାଞ୍ଚ ବେଳେ ମିଳିଥିବା ଟଙ୍କା, ବିଲ୍ ଓ ଅନ୍ୟାନ୍ୟ କାଗଜପତ୍ରରେ ତାଳମେଳ ନଥିବା ଜଣାପଡ଼ିଛି। ତେଣୁ ଅଧିକ ତଦନ୍ତ ଜାରି ରହିଛି। ପ୍ରଥମେ ପଶ୍ଚିମ ଓଡ଼ିଶାରେ ବୌଦ୍ଧ ଡିଷ୍ଟିଲାରି କମ୍ପାନି ଉପରେ ୭ଦିନ ଧରି ଚଢ଼ଉ ହୋଇଥିଲା। ଶୁକ୍ରବାର ଓ ଶନିବାର ଢେଙ୍କାନାଳରେ ଥିବା ମଦ କମ୍ପାନି ଉପରେ ଆୟକର ବିଭାଗର ଚଢ଼ଉ ଜାରି ରହିଛି। ସହଯୋଗ କରୁଛି ଓଡ଼ିଶା ଆୟକର ବିଭାଗ।

ମୁମ୍ବାଇର ଆଲାଏଡ ବ୍ଲେଣ୍ଡର ଆଣ୍ଡ ଡିଷ୍ଟିଲର୍ ଉପରେ ମୁମ୍ବାଇ ଆୟକର ବିଭାଗ ଚଢ଼ଉ କରିଥିଲା। କମ୍ପାନିର ସନ୍ଦେହଜନକ ଆର୍ଥିକ କାରବାର ଓଡ଼ିଶାର ଶକ୍ତି ଡିସଲେରୀ ଆଣ୍ଡ ଲେମନ୍ ସହ ଥିବା ସୂଚନା ମିଳିବାରୁ ମୁମ୍ବାଇ ଆୟକର ବିଭାଗର ଏକ ଟିମ୍ ଓଡ଼ିଶା ଆୟକର ବିଭାଗ ସହଯୋଗରେ ତଦନ୍ତ ଆରମ୍ଭ କରିଥିଲେ। ସମ୍ବଲପୁର ଓ ଢେଙ୍କାନାଳରେ ଚଢ଼ଉ ଜୋରଦାର ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button