ଦାଉଦଙ୍କୁ ବିଷ ଦିଆଯାଇଛି : ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ଅବସ୍ଥା ଗୁରୁତର ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବରିଷ୍ଠ ସାମ୍ବାଦିକା ଆରଜୁ କାଜମିଙ୍କର ଏପରି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଆରଜୁ କାଜମି କହିଛନ୍ତି ଶୁଣିବାକୁ ମିଳିଛି ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କିନ୍ତୁ ଏ ଖବରକୁ ପାକିସ୍ତାନ ଔପଚାରିକ ଭାବେ ସ୍ପଷ୍ଟ କରିନାହିଁ। ଏହି ଘଟଣା ଜଣାପଡିବା ପରେ ପାକିସ୍ତାନରେ ଟୁଇଟର, ଗୁଗୁଲ ଓ ୟୁଟ୍ୟୁବ ଆଦି ସେବାକୁ ବନ୍ଦ କରି ଦିଆଯାଇଛି। ହଠାତ ଏସବୁ ସେବା କାହିଁକି ଡାଉନ ହୋଇଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କିଛି ଲୁଚାଇଥବାକୁ ପ୍ରୟାସ ହୋଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button