ଭିଜିଲାନ୍ସ ଜାଲରେ ବନରକ୍ଷୀ ଓ ୱାଚର

ରାଉରକେଲା : ଭିଜିଲାନ୍ସ ଜାଲରେ ଧରାପଡିଲେ ବନରକ୍ଷୀ ଓ ୱାଚର। ଜବତ ବାଇକ୍‌ ଛାଡ଼ିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉ ଫସିଥିବା ଜଣାପଡିଛି।

ଖବର ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ଧରଣୀଧରପାଲି ନର୍ସରିର ବନରକ୍ଷୀ ସନାତନ ପାତ୍ର ଓ ୱାଚର ନରେନ୍ଦ୍ର କାଲୋ ବାଇକ୍‌ ଛାଡ଼ିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଶ୍ରୀ ପାତ୍ର ଓ ଶ୍ରୀ କାଲୋ ଆଜି ଲାଞ୍ଚ ଗ୍ରହଣ କରୁଥିବା ବେଳେ ଚଢ଼ଉ କରାଯାଇଥିଲା। ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button