ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହକୁ ଏନକାଉଣ୍ଟର

ଚଣ୍ଡୀଗଡ଼ : ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହଙ୍କୁ ଆଜି ଅମୃତସର ଜାଣ୍ଡିଆଲା ଗୁରୁଠାରେ ଏନକାଉଣ୍ଟର। ପୋଲିସର ଏହି କାର୍ଯ୍ୟାନୁଷ୍ଠାନରେ ଅମୃତପାଲର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଗ୍ରାମୀଣ ଅମୃତସରର ବରିଷ୍ଠ ପୋଲିସ ଅଧୀକ୍ଷକ ସତୀନ୍ଦର ସିଂ କହିଛନ୍ତି ଅମୃତପାଲକୁ ପଚରାଉଚରା ବେଳେ ସେ କହିଥିଲା ୨କେଜି ହେରୋଇନ ଲୁଚାଇ ରଖିଛି। ଏହାକୁ ଜବତ କରିବା ପାଇଁ ଆମେ ତାକୁ ଜାଣ୍ଡିଆଲା ଗୁରୁକୁ ନେଇଥିଲୁ। ହେଲେ ସେ ହେରୋଇନ ଭିତ‌ରେ ରଖିଥିବା ପିସ୍ତଲ କାଢ଼ି ଆମ ଉପରକୁ ଗୁଳି ଚଳାଇବାରୁ ପୋଲିସ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ଅମୃତପାଲ ଆହତ ହେବାରୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଅମୃତପାଲ ଜାଣ୍ଡିଆଲା ଗୁରୁ ନିକଟ ଭଗୱା ଗାଁର ବାସିନ୍ଦା। ତା ନାଁ’ରେ ତିନୋଟି ହତ୍ୟା ମାମଲା ରହିଛି।

Leave a Reply

Your email address will not be published. Required fields are marked *

Back to top button