ବାକ୍ ସ୍ୱାଧୀନତାର ହତ୍ୟା କରୁଛି ବିଜେଡି : ଡ. ଲେଖାଶ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଏବେ ନିର୍ବାଚିତ ପ୍ରତିନିଧି ଶାସନ କରୁନାହାନ୍ତି। ଯାହା ଗଣତନ୍ତ୍ର ପାଇଁ ବିପଦ। ପୋଲିସକୁ ସରକାର ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି କୌଣସି ପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି। ଗତକାଲି ସାମାଜିକ ଗଣମାଧ୍ୟମରେ କାମ କରୁଥିବା ସଂଗ୍ରାମ ପାତ୍ରଙ୍କ ଗିରଫରୁ ଏହା ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଖବର ଅନୁଯାୟୀ ଡ. ଲେଖାଶ୍ରୀ ଅଭିଯୋଗ କରିଛନ୍ତି ସାମାଜିକ ଗଣମାଧ୍ୟମରେ ସରକାର ଓ ପ୍ରଶାସନର ତ୍ରୁଟିକୁ ଦର୍ଶାଇଲେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜେଡି ସରକାର ପ୍ରତିଶୋଧ ନେଉଛି। କିନ୍ତୁ ଗଣତନ୍ତ୍ରରେ ରାଜନୈତିକ ମତାମତ ରଖିବାର ଅଧିକାର ସମସ୍ତଙ୍କର ଅଛି। ହେଲେ ଏହି ଅଧିକାରକୁ କରାଯାଉଛି। ଏହାର ବିରୋଧ ବିଜେପି ଓ ସାଧାରଣ ଲୋକେ କରିବା ଦରକାର। ସାଢ଼େ ୪କୋଟି ଓଡ଼ିଆଙ୍କ ମୁହଁ ବନ୍ଦ କରିବାକୁ ବିଜେଡି ଚକ୍ରାନ୍ତ କରିଛି। ଯାହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରିବା ସହିତ ସଂଗ୍ରାମ ପାତ୍ରଙ୍କୁ ତୁରନ୍ତ ଛାଡିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button