ପ୍ରଧାନମନ୍ତ୍ରୀଙ୍କୁ ପକେଟମାର କହି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପକେଟମାର କହି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଭଳି ବୟାନ ଦେବା ଉଚିତ ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିବା ବେଳେ ଏହି ମାମଲାରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତ ନଭେମ୍ବର ମାସରେ ରାଜସ୍ଥାନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପକେଟମାର ଓ ପାନୌତି ମନ୍ତବ୍ୟ ଦେଇଥିଲେ। ସେହିପରି ନଭେମ୍ବର ୨୧ରେ ପ୍ରଧାନମନ୍ତ୍ରୀ ଅର୍ଥ ପାନୌତି ମୋଦୀ ବୋଲି କଇଥିଲେ। ମୋଦୀ ଟିଭିରେ ଆସି ହିନ୍ଦୁ-ମୁସଲମାନ କହିଥାନ୍ତି। ବେଳେବେଳେ କ୍ରିକେଟ ମ୍ୟାଚ୍ ଖେଳିବାକୁ ଯାଆନ୍ତି। କିନ୍ତୁ ଭାରତ ହାରିଯାଇଥିଲା।

ସେ କହିଥିଲେ ମୋଦୀଙ୍କ କାମ ହେଉଛି ଆପଣଙ୍କ ଧ୍ୟାନ ହଟାଇବା। ଦୁଇଜଣ ପକେଟମାର ଅଛନ୍ତି। ଜଣେ ଆସି ଆପଣଙ୍କ ସାମ୍ନାରେ ଆପଣଙ୍କ ସହ କଥାବାର୍ତ୍ତା କରେ, ଆପଣଙ୍କୁ ବିଭ୍ରାନ୍ତ କରେ। ସେତେବେଳକୁ ପଛପଟୁ ଆଉ ଜଣେ ଆସି ଆପଣଙ୍କ ପକେଟମାର କରିନିଏ। ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ରାହୁଲ ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଭରତ ନାଗର ନାମକ ଜଣେ ବ୍ୟକ୍ତି ମାମଲା ରୁଜ୍ଜୁ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button