ଓଡ଼ିଶାରେ ଆୟକର ଚଢଉ : ୩୫୧ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ : ମଦ ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କା ଓ ଗହଣା ସଂପର୍କରେ ଆୟକର ବିଭାଗ ସୂଚନା ଦେଇଛି। ବିଭାଗ କହିଛି ଚଢଉ ବେଳେ ୩୫୧ କୋଟି ଟଙ୍କା ବ୍ୟତୀତ ୨.୮୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ଜବତ କରାଯାଇଛି ।

ଖବର ଅନୁଯାୟୀ ୩୨୯ କୋଟି ଟଙ୍କାର ନଗଦ ଅର୍ଥର ଏକ ବଡ଼ ଅଂଶ ବଲାଙ୍ଗୀର ଜିଲ୍ଲାର ସୁଦାପଡ଼ା ଓ ଟିଟିଲାଗଡ଼ ଏବଂ ସମ୍ବଲପୁର ଜିଲ୍ଲାର କ୍ଷେତରାଜପୁର ସମେତ ଓଡ଼ିଶାର କେତେକ ଛୋଟ ଛୋଟ ସହରର ପୁରୁଣା କୋଠାର ଲୁକ୍କାୟିତ କୋଠରୀରେ ଗଚ୍ଛିତ ରହିଥିଲା। ଏହି ଗ୍ରୁପର ବ୍ୟବସାୟ ରାଞ୍ଚିର ଏକ ପରିବାର ଦ୍ୱାରା ନିୟନ୍ତ୍ରିତ। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୧୦ଟି ଜିଲ୍ଲାର ୩୦ରୁ ଅଧିକ କ୍ୟାମ୍ପସରେ ଆଇଟି ଅପରେସନ୍ ହୋଇଥିଲା। ଏହି ସମୟରେ କାଗଜପତ୍ର ଓ ଡିଜିଟାଲ ଡାଟା ଆକାରରେ ବହୁ ସଂଖ୍ୟକ ଆପତ୍ତିଜନକ ପ୍ରମାଣ ମିଳିଛି। ପ୍ରାଥମିକ ବିଶ୍ଳେଷଣରୁ ଦେଶୀ ମଦର ବେହିସାବ ବିକ୍ରିର ରେକର୍ଡ ଓ ଅଘୋଷିତ ନଗଦ ଟଙ୍କାର ବିବରଣୀ ମିଳିଥିବା ଆୟକର ବିଭାଗ କହିଛି।

Leave a Reply

Your email address will not be published. Required fields are marked *

Back to top button