ଅଭିମାନ କରିଥିବା ନୀତୀଶଙ୍କୁ ଫୋନ୍‌କଲେ ରାହୁଲ୍‌

ନୂଆଦିଲ୍ଲୀ : କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ‘ଇଣ୍ଡିଆ’ ମେଣ୍ଟ ବୈଠକରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିମାନ କରିଛନ୍ତି। ଏପରି କଥା ଉଠିବା ପରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ନୀତୀଶଙ୍କ ସହିତ ଫୋନ ଯୋଗେ କଥା ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ରାହୁଲ୍‌ ଓ ନୀତୀଶଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବାହାରେ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଦଳର ଅଭ୍ୟନ୍ତରୀଣ ଲୋକେ ଦେଇଥିବା ସୂଚନା ଅନୁସାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ନୀତୀଶ କୁମାର ଓ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ମତଭେଦ ରହିଛି। ଶୁଣିବାକୁ ମିଳୁଛି ରାହୁଲ୍‌ ଗାନ୍ଧୀ ଓ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟର ସାମର୍ଥ୍ୟ ବିଷୟରେ ଆଲୋଚନା କରିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଖଡ୍‌ଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ଏହା ଉପରେ କଂଗ୍ରେସର ମନୋଭାବ ସମ୍ପର୍କରେ ରାହୁଲ୍‌ ଗାନ୍ଧୀ ତାଙ୍କୁ ବୁଝାଇ ଦେଇଛନ୍ତି। ନୀତୀଶ କହିଲେ ଖଡ୍‌ଗେଙ୍କ ନାମ ପ୍ରସ୍ତାବ ନେଇ ସେ କିଛି ଜାଣି ନ ଥିଲେ।

Leave a Reply

Your email address will not be published. Required fields are marked *

Back to top button