ଅବସରପ୍ରାପ୍ତ ସିଡିଏମଓଙ୍କୁ ଛୁରାମାଡ

ଭଦ୍ରକ : ଅବସରପ୍ରାପ୍ତ ସିଡିଏମଓ ରଘୁନାଥ ପାଢୀଙ୍କୁ ଛୁରା ମାଡ। ଭଦ୍ରକ ଟାଉନଥାନା ଅଧିନ ଚାରିଘରିଆରେ ଏହି ଘଟଣା ଘଟିଛି। ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ଭୋର ସମୟରେ କିଛି ଦୁ‍ର୍ବୃତ୍ତ ଅବସରପ୍ରାପ୍ତ ସିଡିଏମଓଙ୍କ ଘରେ ପଶି ଛୁରା ମାଡ କରିଛନ୍ତି। ତାଙ୍କ ଦେହର ୭ରୁ ଅଧିକ ସ୍ଥାନରେ କ୍ଷତ ହୋଇଛି। ଆକ୍ରମଣ ସମୟରେ ଘରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ଥିଲେ। ସ୍ଥାନୀୟ ଲୋକେ କହିଛନ୍ତି ରଘୁନାଥଙ୍କ ଘରୁ ତିନିଥର ଚୋରି ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

Leave a Reply

Your email address will not be published. Required fields are marked *

Back to top button