ରଜୌରୀ ଆତଙ୍କୀ ହାମ୍‌ଲାରେ ୫ଯବାନ ସହିଦ୍

ଶ୍ରୀନଗର : ପୁଞ୍ଚ ଜିଲ୍ଲାର ରଜୌରୀରେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଗତକାଲିର ଏହି ଘଟଣାରେ ୫ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ସେନା ପକ୍ଷରୁ କୁହାଯାଇଛି ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ ଲୁଚି ରହି ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ। ଆକ୍ରମଣ ପାଇଁ ସେମାନେ ଆମେରିକା ନିର୍ମିତ ଏମ୪ କାର୍ବାଇନ୍ ରାଇଫଲ ବ୍ୟବହାର କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ଲସ୍କର-ଏ-ତଇବାର ଶାଖା ‘ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ’ କରିଥିବା ଦାବି କରିଛି।
ଅନ୍ୟପକ୍ଷରେ ଜମ୍ମୁ କଶ୍ମୀରର ରଜୌରୀ-ପୁଞ୍ଚ ସେକ୍ଟରରେ ଆତଙ୍କବାଦକୁ ପୁନର୍ଜୀବିତ କରିବାକୁ ପାକିସ୍ତାନ ଚେଷ୍ଟା କରୁଛି। ପ୍ରାୟ ୨୫-୩୦ ପାକିସ୍ତାନୀ ଆତଙ୍କବାଦୀ ଏହି ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button