ଗଣତନ୍ତ୍ର ଦିବସରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ହେବେ ଭାରତର ଅତିଥି

ନୂଆଦିଲ୍ଲୀ : ୨୦୨୪ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତର ମୁଖ୍ୟ ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରଯାଇଥିଲା। କିନ୍ତୁ ସେ ଜାନୁଆରିରେ ଦିଲ୍ଲୀ ଆସି ପାରିବେନି ବୋଲି ଜଣାଇଥିଲେ।

ଖବର ଅନୁଯାୟୀ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ହେବେ ଷଷ୍ଠ ନେତା। ତାଙ୍କ ପୂର୍ବରୁ ୧୯୭୬ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜ୍ୟାକ୍ ଶିରାକ, ୧୯୮୦ରେ ରାଷ୍ଟ୍ରପତି ବୈଲେରୀ ଜିସ୍କାର୍ଡ ଡି’ଏଷ୍ଟେଙ୍ଗ, ୧୯୯୮ରେ ରାଷ୍ଟ୍ରପତି ଜ୍ୟାକ୍ସ ଶିରାକ, ୨୦୦୮ରେ ରାଷ୍ଟ୍ରପତି ନିକୋଲସ ସର୍କୋଜି, ୨୦୧୬ରେ ରାଷ୍ଟ୍ରପତି ଫ୍ରାନସୁଆ ଓଲାନ୍ସ ମୁଖ୍ୟ ଅତିଥି ଭାବରେ ଭାରତ ଆସିଥିଲେ।

Leave a Reply

Your email address will not be published. Required fields are marked *

Back to top button