ଭାରତ ବନ୍ଦକୁ ସମର୍ଥନ : ୨୭ରେ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ : ଦେଶରେ କୃଷକ ଆନ୍ଦୋଳନ ଜାରି ରହିଛି। ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି)। ଫଳରେ ବ୍ୟାଙ୍କଗୁଡ଼ିକ ଦୁଇଦିନ ଛୁଟିକୁ ମିଶାଇ ଲଗାତାର ଦିନଦିନ ବନ୍ଦ ରହିବ।

ଏଆଇବିଓସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ସରକାର କୃଷକମାନଙ୍କ ସହ ଆଲୋଚନା କରିବା ସହ ବିବାଦୀୟ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ। ଏହାଛଡା ଭାରତ ବନ୍ଦକୁ ସମର୍ଥନ କରୁଥିବାରୁ ସେପ୍ଟେମ୍ବର୨୭ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ। ଏଆଇବିଓସି ଘୋଷଣା ଅନୁଯାୟୀ ୨୭ ତାରିଖ ସୋମବାର ବ୍ୟାଙ୍କ ସେବା ବନ୍ଦ। ପୂର୍ବ ଦୁଇଦିନ ହେଉଛି ଚତୁର୍ଥ ଶନିବାର ଓ ରବିବାର। ତେଣୁ ଗ୍ରାହକମାନଙ୍କୁ ସେପ୍ଟେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ମିଳିବ ନାହିଁ।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତବର୍ଷଠାରୁ କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏହାକୁ ତୀବ୍ର କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ଅନୁବନ୍ଧିତ ୪୦ରୁ ଅଧିକ କୃଷକ ୟୁନିଅନ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button