ଫେସବୁକ ଫ୍ରେଣ୍ଡଙ୍କ ଜନ୍ମଦିନ ପାର୍ଟିରେ ମହିଳା କନଷ୍ଟେବଳଙ୍କୁ ଗଣଦୁଷ୍କର୍ମ

ନେମୁଚ : ଜଣେ ମହିଳା ପୋଲିସ କନଷ୍ଟେବଳ ଫେସବୁକ ଫ୍ରେଣ୍ଡଙ୍କ ଜନ୍ମଦିନ ପାର୍ଟିକୁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ମହିଳା ପୋଲିସ କନଷ୍ଟେବଳ ସୋସିଆଲ ମିଡିଆରେ ମନସା ନିବାସୀ ପୱନ ଲୋହାରଙ୍କ ସହ ବନ୍ଧୁତା କରିଥିଲେ। ନିକଟରେ ପୱନ ତାଙ୍କୁ ଜନ୍ମଦିନ ପାର୍ଟି ନିମନ୍ତ୍ରଣ କରିଥିଲେ। ସେଠାରେ ପୱନ ଓ ତାଙ୍କ ସାଙ୍ଗମାନେ ଗଣଦୁଷ୍କର୍ମ କରିଥିଲେ। ପୱନର ମା’ ନିର୍ମଳା ସେମାନଙ୍କୁ ଏପରି କାର୍ଯ୍ୟରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଆଧାରରେ ପୋଲିସ ଶୁକ୍ରବାର ପାଞ୍ଚଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ପୱନ ଲୋହାର ଓ ମା’ ନିର୍ମଳାଙ୍କୁ ଗିରଫ କରିଥିବା ବେଳେ ୩ ଅଭିଯୁକ୍ତ ଧୀରନ୍ଦ୍ର ଲୋହାର, ବିଜୟ ଲୋହାର ଓ ଓମପ୍ରକାଶ ଲୋହରଙ୍କ ତଲାସୀ ଜାରି ରଖିଥିବା ନେମୁଚ ପୋଲିସ ଅଧୀକ୍ଷକ ସୁରଜ କୁମାର ବର୍ମା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button