କହ୍ନେୟା ଓ ଜିଗ୍ନେଶ ୨୮ରେ କଂଗ୍ରେସରେ ମିଶିବେ

ନୂଆଦିଲ୍ଲୀ : ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଆସନ୍ତା ୨୮ ତାରିଖରେ କଂଗ୍ରେସରେ ଯୋଗଦେବେ। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି କହ୍ନେୟା ସବିଶେଷ ଆଲୋଚନା କରିଥିବାରୁ ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ୨୦୧୯ରେ ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟରୁ ଲୋକସଭା ନିର୍ବାଚନ ଲଢି ହାରି ଯାଇଥିଲେ କହ୍ନେୟା। ମୋଦୀ ସରକାରଙ୍କୁ ନେଇ ତାଙ୍କର ରହିଥିବା ଆଭିମୁଖ୍ୟକୁ ଦେଶର ଯୁବବର୍ଗ ବେଶ ପସନ୍ଦ କରୁଛନ୍ତି। ଏଭଳି ଜଣେ ନେତାଙ୍କୁ ଦଳରେ ସାମିଲ କରିବାକୁ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ସେହିପରି ଆସନ୍ତାବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବାବେଳେ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନିଙ୍କୁ କଂଗ୍ରେସରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜିଗ୍ନେଶଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଗୁଜୁରାଟରେ ଦଳ ଶକ୍ତି ବଢାଇବାକୁ ଚାହୁଁଛି। ଜିଗ୍ନେଶ କଂଗ୍ରେସରେ ସାମିଲ ନେଇ ଗ୍ରିନ୍‌ ସିଗନାଲ ମିଳିଥିବା କୁହାଯାଉଛି। ପଟିଦାର ଆନ୍ଦୋଳନରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଜିଗ୍ନେଶ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ। ଏହାଛଡା ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ଜିଗ୍ନେଶଙ୍କ ମାଧ୍ୟମରେ ଗୁଜୁରାଟରେ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *

Back to top button