ରାତି ୮ଟା ରେ ଲ୍ୟାଣ୍ଡଫଲ କରିବ ‘ଗୁଲାବ’ : ୭ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାତି ୮ଟା ରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ମଧ୍ୟ ରାତ୍ରି ସୁଦ୍ଧା ଶେଷ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ପୂର୍ବରୁ ଜାରି କରାଯାଇଛି । ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷାନେଇ ରାଜ୍ୟର ୭ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରିକରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ସେହିଭଳି ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ କଳାହାଣ୍ଡି । ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାନେଇ ଓ୍ବେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୦ ଜିଲ୍ଲା ହେଉଛି- ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, କଟକ, ବୈାଦ୍ଧ, ସୋନପୁର, ନୂଆପଡା, ବଲାଙ୍ଗିର ।

Leave a Reply

Your email address will not be published. Required fields are marked *

Back to top button