ୟୁପି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ୭ ମନ୍ତ୍ରୀ ଶପଥ ନେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଲକ୍ଷ୍ନୌରେ ନୂଆ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି। ୭ ଜଣଙ୍କୁ ମିଳିଛି ମନ୍ତ୍ରୀପଦ। କଂଗ୍ରେସର ପୂର୍ବତନ ସଦସ୍ୟ ଜିତିନ ପ୍ରସାଦ ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଛତ୍ରପାଲ ଗଙ୍ଗୱାର, ପଲତୁରାମ, ସଂଗୀତା ବିନ୍ଦ, ଧର୍ମବୀର ପ୍ରଜାପତି, ସଞ୍ଜୀବ କୁମାର ଓ ଦୀନେଶ ଖାତିକ ହୋଇଛନ୍ତି ରାଷ୍ଟ୍ରମନ୍ତ୍ରୀ।

ଏବେ ଚର୍ଚ୍ଚା ହେଉଛି ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଛି। ‌ମନ୍ତ୍ରିମଣ୍ଡଳରୁ କୌଣସି ମନ୍ତ୍ରୀଙ୍କୁ ବାଦ ଦିଆଯାଇ ନାହିଁ। ଜାତି ଓ ଆଞ୍ଚଳିକ ସମୀକରଣକୁ ସନ୍ତୁଳିତ କରିବା ପାଇଁ ରାଜ୍ୟ ବିଜେପି ସରକାର ମନ୍ତ୍ରିମଣ୍ଡଳରେ ୭ ଜଣଙ୍କୁ ସାମଲ କରିଛି। ଯାହାଫଳରେ ଦଳକୁ ମିଳିବ। ଏହି ସମ୍ପ୍ରସାରଣରେ ପଛୁଆ ବର୍ଗଙ୍କୁ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button