ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଭୁବନେଶ୍ୱର : ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ଆଜି ଆକାଶ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି।

ସୋମବାର ଅପରାହ୍ଣ ସାଢେ ୪ଟା ସମୟରେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି ଆକାଶରେ ଉଡ଼ୁଥିବା ଏକ ମାନବବିହୀନ ବିମାନକୁ ସଠିକ ଲକ୍ଷ୍ୟଭେଦ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button