Tue. Aug 20th, 2019

ମୋବାଇଲ୍‌ ଛଡ଼ାଇ ଛାତ୍ରୀଙ୍କୁ ଦୁର୍ବ୍ୟବହାର, ଭିଡିଓ ଭାଇରାଲ୍‌

ଭୁବନେଶ୍ଵର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦୁଇ ଜଣ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଟଣାଓଟରା କରୁଥିବାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି । କଲେଜ୍‌ ୟୁନିଫର୍ମରେ ଥିବା ଛାତ୍ରୀଦ୍ୱୟ ଜଣେ ଯୁବକଙ୍କ ସହ ଏକ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ । ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ସେମାନଙ୍କୁ ଘେରି ଯାଇଥିଲେ। ଏଥିସହ ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ୫ ହଜାର ଟଙ୍କା ଦାବି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏମିତିକି ସେମାନଙ୍କ ଛାଡ଼ିଦେବାକୁ ଛାତ୍ରୀଦ୍ୱୟ ନେହୁରା ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ମୋବାଇଲ୍‌ ନ ଫେରାଇ ସେମାନଙ୍କୁ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିସହ ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *