ପେଟ୍ରୋଲ-ଡିଜେଲ ମହଙ୍ଗା ହେଲା

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହୋଇଛି। ଡିଜେଲ ଦର ଲଗାତାର ତୃତୀୟ ଦିନ ପାଇଁ ବଢିଛି।

ମଙ୍ଗଳବାର ତୈଳ ବିତରଣ କମ୍ପାନୀମାନେ ନୂଆ ଦାମ ଲାଗୁ କରିବା ଫଳରେ ପେଟ୍ରୋଲ ଲିଟର ପ୍ରତି ୨୦ରୁ ୨୨ ପଇସା ମହଙ୍ଗା ହୋଇଛି। ଡିଜେଲ ବଢିଛି ୨୫ ପଇସା। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୩୯ ଟଙ୍କା ହୋଇଥିବା ବେଳେ ଡିଜେଲ ମୂଲ୍ୟ ହୋଇଛି ୮୯.୫୭ ଟଙ୍କା।

ସୂଚନାଯୋଗ୍ୟ ଡିଜେଲ ଦର ଗତ ୫ ଦିନରେ ୪ ଥର ବଢି ୯୫ ପଇସା ମହଙ୍ଗା ହୋଇଛି। ଚଳିତ ମାସରେ ବଢିଛି ପ୍ରାୟ ୧ ଟଙ୍କା। ଏହା ପୂର୍ବରୁ ସ୍ଥିର ଥିବା ପେଟ୍ରୋଲ ଦର ଆଜି ବୃଦ୍ଧି ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୭ ପଇସା ବୃଦ୍ଧି ପାଇ ଲିଟର ପ୍ରତି ମୂଲ୍ୟ ହୋଇଛି ୧୦୨.୩୧ ଟଙ୍କା। ଡିଜେଲ ଦର ୩୩ ପଇସା ବୃଦ୍ଧି ପାଇଥିବା ବେଳେ ଲିଟର ମୂଲ୍ୟ ହୋଇଛି ୯୭.୭୨ ଟଙ୍କା।

Leave a Reply

Your email address will not be published. Required fields are marked *

Back to top button