ଜବତ ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

କୋଣାର୍କ : ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ସେଣ୍ଟ୍ରି ସରୋଜ ବେହେରା ବର୍ତ୍ତି ଯାଇଥିଲେ ହେଁ ଥାନାର ଛାତ ଉଡ଼ିଯାଇଛି। ଫଳରେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଛି। ପୁରୀ ଏସ୍‌ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଖବର ଅନୁଯାୟୀ ଜବତ ବିସ୍ଫୋରକ ସାମଗ୍ରୀ ବଳଙ୍ଗା ଥାନାର ମାଲଖାନାରେ ରଖାଯାଇଥିଲା। ଗତକାଲି ରାତି ୧୨ଟା ସମୟରେ କୌଣସି କାରଣରୁ ଏହା ବିସ୍ଫୋରଣ ଘଟିଥିଲା। ଶବ୍ଦ ଶୁଣି ଥାନାର ସେଣ୍ଟ୍ରି ସରୋଜ ବେହେରା ବାହାରକୁ ଦୌଡ଼ିକୁ ପଳାଇ ଯାଇଥିଲେ। ଏହି ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନଥିଲେ। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।

କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଆଡିସ୍‌ନାଲ ଏସ୍‌ପିଙ୍କୁ ଦିଆଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜବତ ବିସ୍ଫୋରକକୁ କାହିଁକି ନିଷ୍କ୍ରିୟ କରାଯାଇ ନଥିଲା ତାହାର ମଧ୍ୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button