ଛୋଟ ଛୁଆର ମୁଣ୍ଡ କାଟିଦେଲେ ତାଲିବାନୀ

କାବୁଲ : ଆଫଗାନିସ୍ତାନରେ ତାଲିବାନୀଙ୍କ କ୍ରୁରତା ସୀମା ଟପିଛି। ତାଲିବାନ ସେନା ଜଣେ ଛୁଆର ମୁଣ୍ଡ କାଟିଥିବା ତା’ ବାପାକୁ ନିର୍ମମ ଭାବେ ହତ୍ୟା କରିଛନ୍ତି।

ଖବର ଅନୁଯାୟୀ ଆଫଗାନିସ୍ତାନର କରିବା ପରେ ସେଠାରେ ତାଲିବାନ ଶରିଆ ଆଇନକୁ କଡାକଡି ଲାଗୁ କରୁଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଓ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ଦିଆଯାଉଛି ମୃତ୍ୟୁ। ସେମାନଙ୍କ ପରିବାରରେ ଶିଶୁଙ୍କୁ ମଧ୍ୟ ତାଲିବାନ ସେନା ଛାଡୁନାହିଁ। ନିକଟରେ ତାଲିବାନୀମାନେ ଆଫଗାନ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟ ଥିବା ସନ୍ଦେହ ହତ୍ୟା କରିଥିବା ବେଳେ ତାଙ୍କ ଶିଶୁର ମୁଣ୍ଡ କାଟି ହତ୍ୟା କରିଛନ୍ତି।

ସ୍ୱତନ୍ତ୍ର ମିଡିଆ ଆଉଟଲେଟ ‘ପଞ୍ଜଶିର ଅବଜରଭର’ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି ତଖର ପ୍ରାନ୍ତରେ ତାଲିବାନ ସେନାମାନେ ଆଫଗାନ ରେସିଷ୍ଟେଣ୍ଟ ଫୋର୍ସ ଥିବା ସନ୍ଦେହରେ ଜଣେ ବ୍ୟକ୍ତି ଓ ତାଙ୍କ ଶିଶୁସନ୍ତାନକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି। ଏହା ପୂର୍ବରୁ ତାଲିବାନ ପଶ୍ଚିମ ଆଫଗାନିସ୍ତାନର ହୈରାତ ପ୍ରାନ୍ତରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ଶବକୁ କ୍ରେନ ସହାୟତାରେ ବିଚ୍‌ ରାସ୍ତା ଉପରେ ଟାଙ୍ଗି ଦିଆଯାଇଥିଲା। ଚାରିଜଣଙ୍କ ବିରୋଧରେ ଥିଲା ଅପହରଣ ଅଭିଯୋଗ।

Leave a Reply

Your email address will not be published. Required fields are marked *

Back to top button