କଂଗ୍ରେସରେ ମିଶିଲେ କହ୍ନେୟା ଓ ଜିଗ୍ନେଶ

ନୂଆଦିଲ୍ଲୀ : ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହୋଇଛି ଏହି ମିଶ୍ରଣ। ଦୁଇ ନେତାଙ୍କୁ ଦଳରେ ସାମିଲ କରି ଯୁବ ନେତୃତ୍ୱଙ୍କୁ ଗୁରୁତ୍ୱ ଦେଉଥିବା କଂଗ୍ରେସ ସଂକେତ ଦେଇଛି।

ଆସନ୍ତାବର୍ଷ ଉତ୍ତରପ୍ରଦେଶ ଓ ଗୁଜୁରାଟରେ ନିର୍ବାଚନ। ଉଭୟ କହ୍ନେୟା ଓ ଜିଗ୍ନେଶଙ୍କୁ କଂଗ୍ରେସ ବଡ ଦାୟିତ୍ୱ ଦେଇପାରେ। ଗୁଜୁରାଟରୁ ଜିଗ୍ନେଶ ବିଧାୟକ ଥିବାବେଳେ ଆସନ୍ତା ନିର୍ବାଚନରେ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଆକଳନ କରାଯାଉଛି। ସୂଚନାଯୋଗ୍ୟ ପଟିଦାର ଆନ୍ଦୋଳନରୁ ଜିଗ୍ନେଶଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ସେ ବିଜୟୀ ହୋଇଥିଲେ। ଏହାଛଡା ଜିଗ୍ନେଶ ଦଳିତ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ତାଙ୍କ ମାଧ୍ୟମରେ ଗୁଜୁରାଟରେ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି।

janatakhabar.in

ସେହିପରି ୨୦୧୯ରେ ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟରୁ କହ୍ନେୟା ଲୋକସଭା ନିର୍ବାଚନ ଲଢିଥିଲେ। କିନ୍ତୁ ଗିରିରାଜଙ୍କ ଠାରୁ ହାରିଥିଲେ। ଏହାପରେ ମୋଦି ସରକାରଙ୍କୁ ନେଇ କହ୍ନେୟାଙ୍କର ଯେଉଁ ଆଭିମୁଖ୍ୟ ରହିଥିଲା ତାହାକୁ ଦେଶର ଯୁବବର୍ଗ ପସନ୍ଦ କରିଥିଲେ। ଜ୍ୟୋତିରାଦିତ୍ୟ ଓ ସୁସ୍ମିତା ଦେବଙ୍କ ଭଳି ଯୁବ ନେତା କଂଗ୍ରେସର ଛାଡୁଥିବା ବେଳେ କହ୍ୱେୟା ଓ ଜିଗ୍ନେଶଙ୍କ ଭଳି ଯୁବନେତାଙ୍କୁ ଦଳରେ ସାମିଲ କରି ବିଜେପିକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି। ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଋଣନୀତି କଂଗ୍ରେସ ପ୍ରସ୍ତୁତ କରୁଥିବା କୁହାଯାଉଛି। ବିହାରରେ ଗତ ୩ ଦଶକ ହେବ କଂଗ୍ରେସ ସଫଳ ହୋଇପାରୁନଥିବା ବେଳେ ମହାଗଠବନ୍ଧନ କରି ଦଳ ନିର୍ବାଚନ ଲଢ଼ୁଛି। ତେଣୁ ବିହାରରେ କଂଗ୍ରେସର ସଫଳତା ପାଇଁ କହ୍ନେୟା କୁମାରଙ୍କୁ କଂଗ୍ରେସ ସାଥୀରେ ନେଇଥାଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button