Fri. Sep 20th, 2019

ବଦଳିଲା ସରକାରୀ ନିଷ୍ପତ୍ତି : ବନ୍ଦ ହେବନି ଗରିବ ରଥ

ନୂଆଦିଲ୍ଲୀ : ପୂର୍ବ ପରି ଚାଲିବ ଗରିବ ରଥ । ଏଥିରେ ଭଡ଼ା ବୃଦ୍ଧି କରାଯିବ ନାହିଁ କି ଅନ୍ୟ ପରିବର୍ତ୍ତନ କରାଯିବ ନାହିଁ ବୋଲି ଭାରତୀୟ ରେଲଓ୍ବେ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ତେବେ କମ୍‌ ଅର୍ଥରେ ଏସି ଟ୍ରେନରେ ଯାତ୍ରା କରିବାର ସୁବିଧା ଯୋଗାଉଥିବା ଗରିବ ରଥ ପ୍ରଚଳନକୁ ରେଲଓ୍ବେ ବନ୍ଦ କରିଦେବେ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା।

ଉତ୍ତରାଞ୍ଚଳ ରେଲଓ୍ବେ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, କୋଚ୍‌ ଅଭାବ କାରଣରୁ ଦୁଇ ଯୋଡା ସାପ୍ତାହିକ ଗରିବ ରଥ ସେବାକୁ ଅସ୍ଥାୟୀ ଭାବେ ଏକ୍ସପ୍ରେସ ସେବା ଭାବେ ପ୍ରଚଳନ କରାଯାଇଥିଲା । ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ଟ୍ରେନ ନଂ ୧୨୨୦୭/୦୮ କାଠଗୋଦାମ-ଜମ୍ମୁ ତଓ୍ବି ଏବଂ ଟ୍ରେନ ନଂ ୧୨୨୦୯/୧୦ କାଠଗୋଦାମ-କାନପୁର ମଧ୍ୟରେ ବନ୍ଦ କରାଯାଇଥିବା ଦୁଇଟି ଗରିବ ରଥକୁ ପୁନର୍ବାର ଅଗଷ୍ଟ ୪ରୁ ଆରମ୍ଭ କରାଯିବ। ଦେଶରେ ଏବେ ୨୬ ଯୋଡା ଗରିବ ରଥକୁ ବନ୍ଦ କରିଦେବା ଲାଗି ରେଲଓ୍ବେର କୌଣସି ଯୋଜନା ନାହିଁ। ପ୍ରକାଶଯୋଗ୍ୟ ଯେ, ଏହି ଦୁଇଟି ରୁଟ୍‌ରେ ଗରିବ ରଥକୁ ବନ୍ଦ କରାଯାଇ ତାହା ସ୍ଥାନରେ ମେଲ୍‌ ଏକ୍ସପ୍ରେସ ପ୍ରଚଳନ କରାଯାଇଥିଲା। ଏହାର ଗଠନରେ ପରିବର୍ତ୍ତନ କରାଯାଇ ଏଥିରେ ସ୍ଲିପର ଓ ସାଧାରଣ ବଗି ଯୋଡା ଯାଇଥିଲା। ଏଥିସହ ଏହି ଦୁଇ ଯୋଡା ଟ୍ରେନର ଭଡା ମଧ୍ୟ ବୃଦ୍ଧି କରାଯାଇଥିଲା।

Leave a Reply

Your email address will not be published. Required fields are marked *