Tue. Aug 20th, 2019

୨୧ଟି ଜିଲ୍ଲାରେ ସ୍ଵାଭାବିକ ଠାରୁ କମ ବର୍ଷା

ରାଜ୍ୟରେ ମରୁଡି ସମ୍ଭାବନା ସୃଷ୍ଟି ହେଲାଣି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି। ଜମି ଫାଟି ଆଁ କଲାଣି। ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିବା ବେଳେ ୨୧ଟି ଜିଲ୍ଲାରେ କମ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି।  

ଶନିବାର ବିଧାନସଭାରେ ମନ୍ତ୍ରୀ ବିବୃତି ଦେଇ ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ ୨୧ଟି ଜିଲ୍ଲାର ୨୦୬ଟି ବ୍ଲକରେ ସ୍ଵାଭାବିକ ଠାରୁ କମ ବର୍ଷା ହୋଇଛି। ୨୪ଟି ବ୍ଲକରେ ୫୯ ପ୍ରତିଶତ କମ୍ ବର୍ଷା ବରସିଥିବା ବେଳେ ଜୁନ ମାସରେ ୩୧.୫ ପ୍ରତିଶତ କମ ବର୍ଷିଛି। ଜୁଲାଇରେ ହୋଇଛି ୨୦.୮ ପ୍ରତିଶତ କମ୍ ବର୍ଷା। ସେହିପରି ଜୁନରୁ ଆଜି ପର୍ୟ୍ୟନ୍ତ ରାଜ୍ୟରେ ୨୬.୩ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଯାହାରି ପ୍ରଭାବରେ ରାଜ୍ୟରେ ମରୁଡି ପରିସ୍ଥିତି ଉପୁଜିଛି।

Leave a Reply

Your email address will not be published. Required fields are marked *