Tue. Aug 20th, 2019

ପାଟକୁରା ନିର୍ବାଚନ ଶେଷ: ୨୪କୁ ଅପେକ୍ଷା

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ଆଜି ଶେଷ ହୋଇଛି। ସନ୍ଧ୍ୟାରେ ସରିଛି ମତଦାନ। ଏଠାରୁ କଂଗ୍ରେସ, ବିଜେଡି ନା ବିଜେପି କେଉଁ ଦଳର ପାର୍ଥୀ ଜିତିବ ତାହା ଫଳାଫଳ ଘୋଷଣା ପରେ ଜଣାପଡିବ। ତେଣୁ ୨୪ ତାରିଖକୁ ଅପେକ୍ଷା।

ଶନିବାର ସକାଳ ୭ଟାରୁ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ୩୦୯ଟି ବୁଥରେ ମତଦାନ ଆରମ୍ଭ ହୋଇଥିଲା। ଚାଲିଥିଲା ସନ୍ଧ୍ୟା ୬ଟା ଯାଏଁ। କାଁ ଭାଁ ଗଣ୍ଡଗୋଳ ଓ ଯାନ୍ତ୍ରିକ ତ୍ରୁଟିକୁ ଛାଡିଦେଲେ ମୋଟାମୋଟି ମତଦାନ ଥିଲା ଶାନ୍ତିପୂର୍ଣ । ମତଦାନ ହାର ୭୦ ପ୍ରତିଶତ ଅତିକ୍ରମ କରିଥିବା ବେଳେ ଆଶା କରାଯାଉଛି ଗତଥର ତୁଳନାରେ ଏଥର ଭୋଟ ହାର ଅଧିକ ରହିବ। ଆଗାମୀ ୨୪ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *