Fri. Sep 20th, 2019

ଆସନ୍ତାକାଲି ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଅଭିଯାନର ପ୍ରାକ୍‌ ଉତ୍‌କ୍ଷେପଣ ଅଭ୍ୟାସ ଶେଷ ହୋଇଛି। ଆସନ୍ତାକାଲି ଅପରାହ୍ଣ ୨: ୪୩ରେ ଉତ୍‌କ୍ଷେପଣ କରାଯିବ। ଯେଉଁ ବୈଷୟିକ ତ୍ରୁଟି ଯୋଗୁଁ ଜୁଲାଇ ୧୫ ତାରିଖ ଦିନ ଉତ୍‌କ୍ଷେପଣ ବନ୍ଦ ରଖାଯାଇଥିଲା, ତାହା ସଜାଡ଼ି ଦିଆଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ଚନ୍ଦ୍ରର ଅପରିଚିତ ଅଞ୍ଚଳ ଆବିଷ୍କାର କରିବ।ଏହି ମହାକାଶ ଯାନରେ ରହିଛି ଗୋଟାଏ ଅର୍ବିଟର୍‌, ଲ୍ୟାଣ୍ଡର୍‌ ଓ ଗୋଟିଏ ରୋଭର୍‌। ଏହାର ସମୁଦାୟ ଓଜନ ୩. ୮ ଟନ୍‌। ଚଳିତ ବର୍ଷ ସେପ୍ଟେମ୍ବର ୬ କିମ୍ବା ୭ ତାରିଖ ଦିନ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *