କାବୁଲ ମସଜିଦ୍‌ରେ ବିସ୍ଫୋରଣ : ଏକାଧିକ ମୃତାହତ

କାବୁଲ : ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲରେ ଏକ ମସଜିଦରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ସଂଖ୍ୟାଧିକ ଆହତ ହୋଇଛନ୍ତି।

ରବିବାର ତାଲିବାନର ମୁଖପାତ୍ର କହିଛନ୍ତି ଆଫଗାନିସ୍ତାନ ରାଜଧାନୀ କାବୁଲର ଇଦ୍‌ଗା ମସଜିଦକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟିଥିଲା। ସେଠାରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ଙ୍କ ମା’ଙ୍କ ପାଇଁ ଏକ ସ୍ମୃତିସଭାର ଆୟୋଜନ କରାଯାଉଥିଲା। ଏହି ବିସ୍ଫୋରଣ ଘଟାଇଥିବା ନେଇ କୌଣସି ଆତଙ୍କବାଦୀ ସଂଗଠନ ଦାବି କରିନାହାଁନ୍ତି। ତେବେ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନୀ ଆତଙ୍କବାଦୀଙ୍କ ବିରୋଧରେ ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଆଗକୁ ବିବାଦ ବଢିବାର ସମ୍ଭାବନା ସୃଷ୍ଟି କରିଛି।

ଏହାବ୍ୟତୀତ ଶନିବାର ଜଲାଲାବାଦ ସହରରେ କିଛି ବନ୍ଧୁକଧାରୀ ଦୁଇଜଣ ତାଲିବାନୀ ଯୋଦ୍ଧା ଓ ଦୁଇଜଣ ସାଧାରଣ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିଲେ। ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଇସଲାମିକ ଷ୍ଟେଟ (ଆଇଏସ)ର ଆତଙ୍କବାଦୀମାନେ ନଙ୍ଗରହାର ଠାରେ ରହିଛନ୍ତି। ଏହାପୂର୍ବରୁ ତାଲିବାନ ବିରୋଧରେ ହୋଇଥିବା ଅନେକ ଆକ୍ରମଣ ପାଇଁ ନିଜକୁ ଆଇଏସ ଦାୟୀ କରିଛି। ନଙ୍ଗରହାର କୃଷି ବିଭାଗର ପୂର୍ବ ପ୍ରବକ୍ତା କହିଛନ୍ତି ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା କିଛି ସାଧାରଣ ନାଗରିକଙ୍କ ପରିଚୟ ମିିଳିଛି। କାବୁଲର ମସଜିଦକୁ ଟାର୍ଗେଟ କରି ହୋଇଥିବା ଏହି ବିସ୍ଫୋରଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଥିବା ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button