Fri. Sep 20th, 2019

ମମତାଙ୍କୁ ମାତ୍ ଦେବାକୁ ବିଜେପିର ଯୋଜନା, ଅମିତ ଶାହ କରିବେ କାଳୀଘାଟ ଦୁର୍ଗାପୂଜା ଉତ୍ସବର ଉଦଘାଟନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା କାଳୀଘାଟରେ ଦୁର୍ଗା ପୂଜା ଉତ୍ସବକୁ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମମତାଙ୍କୁ ମାତ୍ ଦେବାଲାଗି ଶାହଙ୍କର ଏହା ଏକ ମାଷ୍ଟର ପ୍ଲାନ୍ ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ କୋଲକତାର ସଂଘଶ୍ରୀ ଦୁର୍ଗାପୂଜା କମିଟି ବିଗତ ୭୩ ବର୍ଷ ଧରି ଦୁର୍ଗା ପୂଜାର ଆୟୋଜନ କରିଆସୁଛି । ବିଗତ କିଛି ବର୍ଷ ହେବ ମମତା ବାନାର୍ଜୀ ଏହି ପୂଜା ଉତ୍ସବକୁ ଉଦଘାଟନ କରି ଆସୁଛନ୍ତି । ବିଜେପିର ରାଜ୍ୟ ଶାଖାର ସାଧାରଣ ସଂପାଦକ ସାୟନ୍ତନ ବସୁ ଦୁର୍ଗାପୂଜା କମିଟିର ପ୍ରମୁଖ। କିନ୍ତୁ କମିଟିର ସହଯୋଗୀ ସାଧାରଣ ସଂପାଦକ ସୌରବନ୍ଦୀପ ଦତ୍ତ କହିଛନ୍ତି, ରାଜନୀତି ସହିତ ପୂଜାର କୌଣସି ସଂପର୍କ ନାହିଁ । ସାୟନ୍ତନ ବସୁ  ଆମର ଅଧ୍ୟକ୍ଷ । ହେଲେ ସେ କହିଛନ୍ତି ଏଥର ଦୁର୍ଗାପୂଜାର ଆରମ୍ଭ ତାରିଖ ନିର୍ଦ୍ଧାରଣ କରିବା ଲାଗି ଅମିତ ଶାହଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯିବ। ଯଦି ଅମିତ ଶାହ ଏହି ପ୍ରସ୍ତାବ ଗ୍ରହଣ କରନ୍ତି ତେବେ ତାହା ବିଜେପିଲାଗି ଭଲ ହେବ ବୋଲି ଦଳୀୟ ନେତାମାନେ ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *