Fri. Sep 20th, 2019

ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟିରେ ସାଂସଦ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି, ଅନୁସୂଚିତ ଜାତି ଓ ଜନଜାତି ଏବଂ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ତିନିଜଣ ଓଡ଼ିଆ ସାଂସଦ ସ୍ଥାନ ପାଇଛନ୍ତି । ୨୦୧୯-୨୦ ବର୍ଷ ପାଇଁ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟିରେ ସଦସ୍ୟ ରହିଛନ୍ତି କଟକ ଲୋକସଭା ଆସନର ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ। ସେ ୨୦୧୮-୧୯ରେ ମଧ୍ୟ ଏହି କମିଟିର ସଦସ୍ୟ ରହିଥିଲେ। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ଅଧିର ରଞ୍ଜନ ଚୌଧୁରୀ ।

ସେହିପରି ଅନୁସୂଚିତ ଜାତି ଓ ଜନଜାତି କମିଟିରେ ମୟୁରଭଞ୍ଜ ବିଜେପି ସାଂସଦ ବିଶେଶ୍ୱର ଟୁଡୁ ସଦସ୍ୟ ରହିଥିବା ବେଳେ ପବ୍ଲିକ୍‌ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ରହିଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

Leave a Reply

Your email address will not be published. Required fields are marked *