ସ୍ଵପ୍ନରେ ପଞ୍ଚମୁଖୀ ହନୁମାନଙ୍କ ରୂପ ଦେଖିଲେ ମିଳେ ଏହି ସଂକେତ

ମଣିଷ ନିଦ୍ରାବସ୍ଥାରେ ଅନେକ ସ୍ଵପ୍ନ ଦେଖେ। ବେଳେ ବେଳେ କେତେକ ଭଗବାନଙ୍କ ସ୍ଵପ୍ନ ଦେଖନ୍ତି। କିନ୍ତୁ ମହାବୀର ହନୁମାନଙ୍କୁ ସ୍ଵପ୍ନରେ ଦେଖିଲେ ମିଳିଥାଏ ବିଶେଷ ସଂକେତ। କୁହାଯାଏ ହନୁମାନଙ୍କୁ ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ। ହନୁମାନଙ୍କୁ ସଙ୍କଟମୋଚନକୁ ପ୍ରସନ୍ନ କରିବାକୁ ମଙ୍ଗଳବାର ହେଉଛି ଉତ୍ତମ ଦିନ। ତେଣୁ ଯଦି କେହି ହନୁମାନଙ୍କୁ ସ୍ୱପ୍ନରେ ଦେଖନ୍ତି ତାହେଲେ ଏହି କାମ ନିଶ୍ଚୟ କରିବା ଉଚିତ।

  • ହନୁମାନଙ୍କ ବାଲ୍ୟ ରୂପ ସ୍ୱପ୍ନରେ ଦେଖିଲେ ସଂକେତ ମିଳିଥାଏ ଆଗାମୀ ଦିନରେ ଆନନ୍ଦ ପ୍ରାପ୍ତି ହେବ। କିଛି ନୂଆ ବିଦ୍ୟା ଶିକ୍ଷା କରିବା ସହିତ ଲୋକଙ୍କ ସ୍ନେହ ପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ମଧ୍ୟ ରହିବ ଉତ୍ତମ।
  • ପଞ୍ଚମୁଖୀ ହନୁମାନଙ୍କ ରୂପ ଦେଖନ୍ତି ତାହେଲେ ଆଗାମୀ ଦିନରେ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତ ହେବ। କୌଣସି କାର୍ଯ୍ୟ ପୂର୍ଣ୍ଣ ହେବାର ସଂକେତ ମଧ୍ୟ ଏହା ଦେଇଥାଏ। ବଡ ସମସ୍ୟାରୁ ମୁକ୍ତି ଓ ଲାଭ ପ୍ରାପ୍ତ ହୁଏ। ଏହା ଉନ୍ନତିର ସଂକେତ ବୋଲି କୁହାଯାଏ।
  • ସ୍ୱପ୍ନରେ ହନୁମାନ ଦେଖାଦେଲେ ମଙ୍ଗଳବାର ହନୁମାନଙ୍କ ସ୍ୱତନ୍ତ୍ର ପୂଜା କରିବା ଉଚିତ। ଯଦି ହନୁମାନ ସ୍ୱପ୍ନରେ ଦଣ୍ଡ ଦେଉଥିବା ଦେଖନ୍ତି ତେବେ ଏହାକୁ ଗମ୍ଭୀରତାର ସହ ନେଇ କ୍ଷମା ପ୍ରାର୍ଥନା କରିବା ସହିତ ମଙ୍ଗଳବାର ହନୁମାନଙ୍କୁ ବସ୍ତ୍ର ଅର୍ପଣ କରିବା ଉଚିତ। ଅଭାବୀ ଲୋକଙ୍କୁ ଦାନ ଓ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button