ବ୍ଲୁ ଡାର୍ଟର ‘ଦିୱାଲି ଏକ୍ସପ୍ରେସ’ ଗ୍ରାହକଙ୍କୁ ଘରୋଇ ଓ ଆନ୍ତର୍ଜାତିକ ଉପହାର ପ୍ରେରଣ ଉପରେ ୪୦% ରିହାତି ପ୍ରଦାନ

ମୁମ୍ବାଇ : ଭାରତର ଅଗ୍ରଣୀ ଏକ୍ସପ୍ରେସ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ତଥା ଡଏଚେ ପୋଷ୍ଟ ଡିଏଚଏଲ୍‍ ଗ୍ରୁପ୍‍ର ଏକ ଅଂଶ ବ୍ଲୁ ଡାର୍ଟ ପାର୍ବଣ ଋତୁର ଆନନ୍ଦ ଉଲ୍ଲାସକୁ ବଜାୟ ରଖିବା ପାଇଁ ‘ଦିୱାଲି ଏକ୍ସପ୍ରେସ’ ଅଫର ପ୍ରଚଳନ କରିଛି । ଏହି ଅଫର ୨୦୨୧ ଅକ୍ଟୋବର ୧୧ରୁ ୨୦୨୧ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଏହି ଅଫର ସମୟ ମଧ୍ୟରେ ଉଭୟ ଘରୋଇ ଓ ଆନ୍ତର୍ଜାତିକ ସ୍ତରରେ ସମସ୍ତ ପ୍ରକାର ଦିପାବଳୀ ଉପହାର ପ୍ରେରଣ ପାଇଁ ୪୦% ରିହାତି ସୁଯୋଗ ନେଇହେବ ।

ଏଥିସହିତ ବ୍ଲୁ ଡାର୍ଟ ଗ୍ରାହକମାନଙ୍କର ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଆବଶ୍ୟକତା ପୂରଣ ନିମନ୍ତେ ସମସ୍ତ ସମାଧାନ ଗୋଟିଏ ସ୍ଥାନରେ ଯୋଗାଇ ଦେଉଛି । ଘରୋଇ ଅଫର ୨ କିଲୋଗ୍ରାମରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଘରୋଇ ଡିପି ପ୍ରେରଣ କ୍ଷେତ୍ରରେ ପ୍ରଯୁଜ୍ୟ ହେବାବେଳେ ଆନ୍ତର୍ଜାତିକ ଅଫର ୨ କିଲୋଗ୍ରାମରୁ ୧୦ କିଲୋଗ୍ରାମ, ୧୫ କିଲୋଗ୍ରାମ ଏବଂ ୨୦ କିଲୋଗ୍ରାମ ଆନ୍ତର୍ଜାତିକ ନନ୍ ଡକ୍ ଏବଂ ଟିଡିଆଇ ୧୨ ନନ୍ ଡକ୍ ପ୍ରେରଣ କ୍ଷେତ୍ରରେ ପ୍ରଯୁଜ୍ୟ ହେବ । ଗ୍ରାହକମାନେ ଯେଭଳି ସର୍ବୋତ୍ତମ ପାଇପାରିବେ, ତାହା ସୁନିଶ୍ଚିତ କରିବାକୁ ବ୍ଲ ଡାର୍ଟ ନିରନ୍ତର ଭାବରେ ତାହାର ଉତ୍ପାଦ ଏବଂ ସେବାଗୁଡିକରେ ଉନ୍ନତି ସାଧନ କରୁଛି । ଏହି ଅଫର ସହିତ ଗ୍ରାହକମାନେ ଏହି ସେବାକୁ ରିହାତି ମୂଲ୍ୟରେ ପାଇପାରିବେ ଏବଂ ଉପହାର ସାମଗ୍ରୀ, ମିଠାଇ, ପୋଷାକ ଏବଂ ଆହୁରି ଅନେକ କିଛି ସେମାନଙ୍କ ପ୍ରିୟ ପରିଜନଙ୍କ ନିକଟକୁ ଭାରତ ମଧ୍ୟରେ ୩୫,୦୦୦ରୁ ଅଧିକ ସ୍ଥାନକୁ ଏବଂ ସମଗ୍ର ବିଶ୍ୱରେ ୨୨୦ ରାଷ୍ଟ୍ରକୁ ପଠାଇ ପାରିବେ ।

ବ୍ଲୁ ଡାର୍ଟର ଚିଫ୍‍ କମର୍ସିଆଲ ଅଫିସର କେତନ କୁଲକର୍ଣ୍ଣି କହିଛନ୍ତି “ବ୍ଲୁ ଡାର୍ଟ ସର୍ବଦା ଗ୍ରାହକମାନଙ୍କୁ ନିଜ ବ୍ୟବସାୟର କେନ୍ଦ୍ର ସ୍ଥଳରେ ରଖିଆସିଛି। ଆମେ ଆମ ଗ୍ରାହକ ଏବଂ ସେମାନଙ୍କ ପ୍ରିୟ ପରିଜନ ପରସ୍ପର ଠାରୁ ମାଇଲ ମାଇଲ ଦୂରରେ ଥିଲେ ମଧ୍ୟ ସେମାନଙ୍କୁ ନିକଟତର କରାଇବାକୁ ନିରନ୍ତର ଭାବରେ ବହୁ ଊର୍ଦ୍ଧ୍ୱକୁ ଯାଇ କାର୍ଯ୍ୟ କରୁଛୁ । ଏହାକୁ ମନ ମଧ୍ୟରେ ରଖି ଦିୱାଲି ଏକ୍ସପ୍ରେସ ଅଫର ପ୍ରଚଳନ କରାଯାଇଛି । ଆମ ଗ୍ରାହକମାନେ ପାର୍ବଣ ଋତୁର ଆନନ୍ଦ ଅନୁଭବ କରିବା ଏବଂ ସେମାନଙ୍କ ପ୍ରିୟ ପରିଜନଙ୍କ ସହିତ ତାହାକୁ ସହଭାଗୀ କରିବା ଆମେ ଚାହୁଁଛୁ । ଆମ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟଗତ ଫାଇଦା ଯୋଗାଇଦେବା ନିମନ୍ତେ ଆମେ ଆଗ୍ରହୀ ଏବଂ ଆମ ଗ୍ରାହକଙ୍କର ସାମଗ୍ରୀ ଯେଭଳି ସେମାନଙ୍କ ପ୍ରିୟ ପରିଜନଙ୍କ ନିକଟରେ ସଠିକ ଭାବରେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିବ ତାହା ଆମେ ସୁନିଶ୍ଚିତ କରୁଛୁ।

Leave a Reply

Your email address will not be published. Required fields are marked *

Back to top button